ଜି.ଉଦୟଗିରି,୧୬ା୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରହିଥିବା କୃଷି ଗବେଷଣା କେନ୍ଦ୍ରର ଅଧିକାରୀ ସତ୍ୟ ନାରାୟଣ ମହାନ୍ତି କହିଛନ୍ତି। ଗତ ରବିବାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଓ ସୋମବାର ୯.୬ ଡିଗ୍ରୀ ସେଲସିୟସ ରହିଥିଲା। ସହରର ତାପମାତ୍ରା ଦିନକୁ ଦିନ କମୁଥିବାରୁ ଶୀତର ପ୍ରକୋପ ଜାରି ରହିଛି। ଏଥିସହ ଘନ କୁହୁଡି ମଧ୍ୟ ଜନଜୀବନକୁ ପ୍ରଭାବିତ କରୁଛି। କୁହୁଡି ଯୋଗୁ କଳିଙ୍ଗା ଘାଟିରେ ଗାଡି ଚଳାଚଳ ଅସୁବିଧା ହେଉଛି। ଅନ୍ୟପକ୍ଷରେ ଶୀତର ମଜା ନେବା ସହ ପ୍ରାକୃତିକ ପରିବେଶର ଉପଭୋଗ ପାଇଁ ପର୍ଯ୍ୟଟକମାନଙ୍କ ଗହଳି ଲାଗିବ। ଏଥିପାଇଁ ହୋଟେଲଗୁଡିକ ପ୍ରସ୍ତୁତ ହୋଇରହିଛି।