ଶୀତର ଲହରି ଜାରି: ୩୦ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୧୧(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ଶୀତର ଲହରି ଜାରି ରହିଥିବାବେଳେ ସୁନ୍ଦରଗଡ଼ ଓ କନ୍ଧମାଳ ଆଦି ଜିଲାରେ ଗଭୀର କୁହୁଡ଼ି ଦେଖିବାକୁ ମିଳୁଛି। ସେହିପରି କଳାହାଣ୍ଡି ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ିର ଆସ୍ତରଣ ରହୁଛି। ତେବେ ନଭେମ୍ବର ୩୦ରୁ ଡିସେମ୍ବର ପହିଲା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share