୧୧ରୁ ଶୀତ କମିବ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ତେବେ ଆସନ୍ତା ବୁଧବାରଠାରୁ ଶୀତ କମିଯିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ। ଶୀତ କମିବା ସହ ଆସନ୍ତା ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୬.୫, ଦାରିଙ୍ଗିବାଡ଼ିରେ ୭.୫, ଝାରସୁଗୁଡ଼ାରେ ୭.୮, କେନ୍ଦୁଝରରେ ୮.୪, ସୁନ୍ଦରଗଡ଼ରେ ୭, ଭବାନପାଟଣାରେ ୭.୫, ଢେଙ୍କାନାଳରେ ୭.୫, ବଲାଙ୍ଗୀରରେ ୮.୮, ସୋନପୁରରେ ୯.୧, ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବ।