ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍ସିୟସକୁ ଖସିଛି। ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ୧୩, ଫୁଲବାଣୀ ୧୩.୫, ବୌଦ୍ଧ ୧୩.୫, ଭବାନୀପାଟଣା ୧୫, ଅନୁଗୋଳ ୧୬.୬, କେନ୍ଦୁଝର ୧୬, ସୁନ୍ଦରଗଡ଼ ୧୭, ହୀରାକୁଦ ୧୭.୧, ଭବାନୀପାଟଣା ୧୫, ବଲାଙ୍ଗୀର ୧୭.୫, ସୋନପୁର ୧୭.୬ ଏବଂ ଦେବଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରୀ ସେଲ୍ସିୟସ ତଳକୁ ଖସିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।