ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର,୧୦।୧: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ରାତିର ତାପମାତ୍ରା  ୨ରୁ ୩ ଡିଗ୍ରୀ  ପର୍ଯ୍ୟନ୍ତ ଖସିବ।  ତେବେ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ,  ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ ସମ୍ଭାବନା ରହିଛି ବୋଲି ଉକ୍ତ ଟୁଇଟ୍‌(ଏକ୍ସ)ରେ ଉଲ୍ଲେଖ ଅଛି।
Share