୧୦ରୁ ବଢ଼ିବ ଶୀତ

ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଥଣ୍ଡା ବୃଦ୍ଧିପାଇବ। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ରାଜ୍ୟରେ ହାଲୁକା ଶୀତ ଜାରି ରହିଛି। ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ସୋନପୁରରେ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀରେ ୮, ଦାରିଙ୍ଗବାଡ଼ି ୧୦.୬, ଅନୁଗୋଳ ୧୦, ବାରିପଦା ୧୨.୯, କେନ୍ଦୁଝର ୧୨.୨, ସୁନ୍ଦରଗଡ଼ ୧୩, ତାଳଚେର ୧୨.୩, ଭବାନୀପାଟଣା ୧୧.୫, ଏବଂ କୋରାପୁଟରେ ୧୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share