୫ରୁ ବଢ଼ିବ ଶୀତ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ନଭେମ୍ବର ୫ରୁ ରାଜ୍ୟରେ ଶୀତ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ତଳକୁ ଖସିବ। ୭ ତାରିଖରୁ ପାରଦ ଆହୁରି ତଳମୁହାଁ ହେବ। ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ୍‌ ତଳକୁ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଆସନ୍ତା ଦୁଇ ୩ ଦିନ ପାଗ ମେଘୁଆ ରହିବ। ଫଳରେ ଉପକୂଳରେ ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ହାଲ୍‌କା ବର୍ଷା ସମ୍ଭାବନା ରହିଛି। ଏହାପରେ ପାଗରେ ପରିବର୍ତ୍ତନ ହେବା ସହ ଶୀତ ବଢ଼ିବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୧୩.୫, ଦାରିଙ୍ଗବାଡ଼ି ୧୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share