୨୬ରୁ ପୁଣି ବଢିବ ଶୀତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବ। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ। ପାଗ ମଧ୍ୟ ଶୁଖିଲା ରହିବ। ଏ ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତି ଏବଂ ମଙ୍ଗଳବାର ସକାଳ ପାଇଁ ଘନ କୁହୁଡି ନେଇ ୮ ଜିଲାକୁ ସତର୍କ ସୂଚନା କରାଯାଇଛି। ସେହି ଜିଲା ଗୁଡିକ ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ରହିଛି।

Share