କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା କଲା ‘ଓ୍ବିପ୍ରୋ’

ନୂଆଦିଲ୍ଲୀ,୧୨।୧୦: ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ପକ୍ଷରୁ ଡିସେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଯିବ। ବାଙ୍ଗାଲୋରସ୍ଥିତ କମ୍ପାନୀ ପକ୍ଷରୁ ମାଇକ୍ରୋ ହାଇବ୍ରିଡ ଏବଂ ମାର୍ଜିନର ଚାପ ଯୋଗୁ ସେପ୍ଟେମ୍ବରରେ ହେବାକୁ ଥିବା ଦରମା ବୃଦ୍ଧିକୁ ଗୋଟିଏ ତ୍ରୈମାସିକ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଥିଲା। ହେଲେ ଏନେଇ ନିଷ୍ପତ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ କରାଯିବ ବୋଲି ଜଣାପଡ଼ିଛି।

ଓ୍ବିପ୍ରୋର ଏଚ୍‌ଆର୍‌ ଅଫିସର ସୌରଭ ଗୋଭିଲ କହିଛନ୍ତି, ବର୍ତ୍ତମାନର କଠିନ ଏବଂ ଅନିଶ୍ଚିତ ବୈଶ୍ୱିକ ବଜାରର ସ୍ଥିତି ସତ୍ତ୍ୱେ ଆମେ ମେରିଟ ସାଲାରି ଇନକ୍ରିଜ୍‌(ଏମଏସ୍‌ଆଇ) ବ୍ୟବସ୍ଥାକୁ ଡିସେମ୍ବର ୨୦୨୩ରୁ ଆରମ୍ଭ କରିବୁ। ଆସନ୍ତା କିଛି ସପ୍ତାହରେ ବର୍ତ୍ତମାନର ଦରମା, ଦକ୍ଷତା, ପ୍ରଦର୍ଶନ ଆଧାରରେ ଯୋଗ୍ୟ କର୍ମଚାରୀଙ୍କ ଦରମା କେତେ ବଢ଼ିବ ତାହା ସ୍ଥିର କରାଯିବ ବୋଲି ସେ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri