ଭୁବନେଶ୍ୱର,୨୩ା୮(ଅସମାପିକା ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ବୁଧବାର ସାକ୍ଷାତ କରିଛନ୍ତି। ଶ୍ରୀ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଦଳ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ୧ ଲକ୍ଷ ଟଙ୍କାର ଏକ ଚେକ୍ ଚିକିତ୍ସା ସହାୟତା ନିମନ୍ତେ ପ୍ରଦାନ କରିଛନ୍ତି।
ଉକ୍ତ ପ୍ରତିନିଧି ଦଳରେ ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାୟ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ସାମିଲ ଥିଲେ।