କରୋନା କବଳରେ ଗୃହମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କରି ଭାଜପାର ଦୀପଦାନ

ଚୌଦ୍ୱାର,୩।୮(ଡି.ଏନ୍‌.ଏ): ମହାମାରୀ କରୋନା କବଳରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା। ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଜିଲା ଚୌଦ୍ୱାର ମଣ୍ଡଳ ଭାଜପା ତରଫରୁ ବାଣୀପଦା ବାଲୁକେଶ୍ୱର ଶିବ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ମଣ୍ଡଳ ସଭାପତି ବୀପିନ ସ୍ବାଇଁଙ୍କ ସମେତ ଦଳୀୟ କର୍ମୀମାନେ ସାମାଜିକ ଦୂରତା ରକ୍ଷାକରି ମନ୍ଦିର ପ୍ରାଙ୍ଗଣରେ ଦୀପ ଜଳାଇବା ସହିତ ସାରା ଦେଶରେ ମହାମାରୀ କରୋନା ଦୂର ହେବା ଓ ମନ୍ତ୍ରୀଙ୍କ ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଜିତ୍‌ କୁମାର ସୁବୁଦ୍ଧିରାୟ, ସୌରଭ ସ୍ବାଇଁ, ବିଜୟ ବଳ, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share