ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ଦୀପଦାନ

ହିଞ୍ଜିଳିକାଟୁ,୧୬ା୧୦(୦୫): ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗରେ ମ୍ରିୟମାଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜର ୭୮ତମ ଜନ୍ମ ଦିନ ପାଳନ କରିଲେ ନାହିଁ। ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସ ନ ଆସିବା ପାଇଁ କହିଛନ୍ତି। ତେବେ, ହିଞ୍ଜିଳିକାଟୁଠାରେ ବିଜେଡି ନେତା ଓ ନେତ୍ରୀ ନବୀନଙ୍କ ଦୀର୍ଘ ଜୀବନ କାମନା କରି ସୋମବାର ପୂର୍ବାହ୍ନରେ ବଇଁଚବଣିଆ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିଛନ୍ତି। ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସମ୍ପାଦକ ଶିବରାମ ଗଉଡ଼, ଡି ବିଶ୍ବନାଥ, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଲକ ଅଧ୍ୟକ୍ଷା ସରସତୀ ସେଠୀ, ଅଜୟ ମହାରଣା, ବି ଗୀତାଞ୍ଜଳି, ଏ ସୁଦର୍ଶନ, ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢ଼ୀ ପ୍ରମୁଖ ଦୀପଦାନ ବେଳେ ଉପସ୍ଥିତ ଥିଲେ।

Share