ରେକର୍ଡ ପରେ ରେକର୍ଡ କରୁଛି କରୋନା

ନୂଆଦିଲ୍ଲୀ,୨୭।୮: ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ପୁଣିଥରେ ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି। କାରଣ ୨୪ ଘଣ୍ଟା ମଧ୍ୟରେ ଏହା ସର୍ବାଧିକ ସଂଖ୍ୟା। ଏହାସହ ଗୁରୁବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରି ସାରିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୦୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ସହ ଏହି ସଂଖ୍ୟା ୬୦,୪୭୨ରେ ପହଞ୍ଚିଛି। ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭,୨୫,୯୯୧ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୫,୨୩,୭୭୨ଜଣ ସୁସ୍ଥ ହୋଇ ସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୧,୭୩,୧୯୫କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ଏବେସୁଦ୍ଧା ୨୩,୦୮୯ଜଣଙ୍କ ମୃତ୍ୟୁ ହେଲାଣି। ତେବେ ବହୁ ସଂଖ୍ୟାରେ ନମୁନା ପରୀକ୍ଷଣ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କହିଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ସାଇନସେସ୍‌(ଆସିଏମ୍‌ଆର୍‌)।

Share