Advertisement

ଧୋନୀଙ୍କ ଅବସର ଘୋଷଣା ନେଇ ସାକ୍ଷୀ ଟୁଇଟ୍‌ କରିି କହିଲେ ଏପରି…

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିବା ପରେ ଏବେ ସ୍ତ୍ରୀ ସାକ୍ଷୀଙ୍କ ଦ୍ୱାରା କରାଯାଇଥିବା ଏକ ଟୁଇଟ୍‌ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାକ୍ଷୀ ଟୁଇଟ୍‌ କରି ଧୋନୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ କ୍ରିକେଟରେ ତାଙ୍କର ସଫଳତାର ସ୍ମୃତିଚାରଣ କରିଛନ୍ତି। ସେ କହିଛନ୍ତି ଧୋନୀ କ୍ରିକେଟକୁ ଅତି ଭଲ ପାଆନ୍ତି। ତେଣୁ ଏହି ନିଷ୍ପତ୍ତିି ନେବା ପୂର୍ବରୁ ଧୋନୀ ନିଶ୍ଚିତ ଭାବେ ନିଜ ଲୁହକୁ ଆଖିରେ ରୋକି ନେଇଥିବେ। ଏଭଳି ନିଷ୍ପତ୍ତି ନେବା ଧୋନୀଙ୍କ ପାଇଁ କେବେ ବି ସହଜ ହୋଇ ନ ଥିବ ବୋଲି ସାକ୍ଷୀ କହିଛନ୍ତି। ସାକ୍ଷୀଙ୍କ ଏହି ଟୁଇଟ୍‌କୁ ଇତିମଧ୍ୟରେ ୭ ଲକ୍ଷ ୫୫ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share