କେସିଙ୍ଗା,୩୧।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଅମ୍ବାଦଳା ରେଲୱେ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ୍ ରହଣିକୁ ନେଇ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଏହା ସହ ଟ୍ରେନ୍କୁ ଅଟକାଇ ଲାଇନ୍ ଉପରେ ମଞ୍ଚ ସଦସ୍ୟ ଅନଶନ କରିଥିଲେ। ପରେ ବିଭାଗର କର୍ତ୍ତୃପକ୍ଷଙ୍କୁ ଟ୍ରେନ୍ ରହଣି ପାଇଁ ଦାବିପତ୍ର ଦିଆଯାଇଥିଲା। ଲକ୍ଡାଉନ୍ ପୂର୍ବରୁ ସମସ୍ତ ଦ୍ରୁତଗାମୀ ଟ୍ରେନ୍ ରହୁଥିବା ବେଳେ ପରେ ଷ୍ଟେଶନରେ ଏସବୁ ଗାଡ଼ି ରହୁ ନ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତିି। ଏ ନେଇ ୩ ହଜାରୁ ଊର୍ଦ୍ଧ୍ୱ ଲୋକେ ଷ୍ଟେଶନରେ ପହଞ୍ଚି ୧୨ଟା ଯାଏ ଟ୍ରେନ୍ ଚଳାଚଳ ବନ୍ଦ କରିଥିଲେ। ପରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି ବୁଝାଶୁଝା କରିବାରୁ ଆନ୍ଦୋଳନ ହଟିଥିଲା।