Categories: ଜାତୀୟ

ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରି କେଜ୍ରିୱାଲ ତାଙ୍କ ବଙ୍ଗଳା ନବୀକରଣ କରିଥିବା ଅଭିଯୋଗ କରିଛି ଭାଜପା। ବର୍ତ୍ତମାନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

ବୁଧବାର ରେଲ ମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି, ତାଙ୍କ ମୁହଁରେ ଧୂଳି ଲାଗିଥିଲା ଏବଂ ସେ ଦର୍ପଣକୁ ସଫା କରିବାର ନାଟକ କରୁଥିଲେ। କେନ୍ଦ୍ର ମନ୍ତ୍ରୀ ତାଙ୍କ ଟୁଇଟରେ କାହାର ନାମ ଉଲ୍ଲେଖ କରିନାହାଁନ୍ତି। ତେବେ ସେ ନିଜ ଟୁଇଟରେ ହ୍ୟାସଟ୍ୟାଗ ଅପରେଶନ ଶୀଶ ମହଲ ବ୍ୟବହାର କରିଛନ୍ତି। ଏହାକୁ କେଜରିୱାଲଙ୍କ ପ୍ରକୃତ ଚେହେରା ବୋଲି ବର୍ଣ୍ଣନା କରି ଭାଜପା ତାଙ୍କ ଇସ୍ତଫା ଦାବି କରିଛି।
ଦେଶ କୋଭିଡ ମହାମାରୀ ସହ ଲଢୁଥିବାବେଳେ କେଜରିୱାଲ ତାଙ୍କ ବଙ୍ଗଳାକୁ ଏକ ପ୍ରାସାଦରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଥିଲେ ବୋଲି ଭାଜପା ନେତା ତଥା ମୁଖପାତ୍ର ସମ୍ବିତ ପାତ୍ର ବୁଧବାର ଅଭିଯୋଗ କରିଛନ୍ତି। ପାତ୍ର ଅଭିଯୋଗ କରିଛନ୍ତି, କେଜରିୱାଲଙ୍କ ପକ୍ଷରୁ ପାଞ୍ଚଥର ଟଙ୍କା ମଧ୍ୟ ରିଲିଜ କରାଯାଇଛି। ପ୍ରଥମେ ୧ ସେପ୍ଟେମ୍ବର ୨୦୨୦ ରେ ୭.୯୧ କୋଟି ଟଙ୍କା ,ଏହା ପରେ, ୨୦୨୧ମସିହାରେ, ୧୫କୋଟିରୁ ଅଧିକ ଟଙ୍କା ମୋଟ ତିନିଥର ରିଲିଜ କରାଯାଇଥିଲା। ଏହା ପରେ, ୨୯ ଜୁନ ୨୦୨୨ ରେ, ପୁଣି ଥରେ୯ କୋଟି ଏବଂ ପରେ ୯.୩୪ କୋଟି ଟଙ୍କା ରିଲିଜ ହୋଇଥିଲା ।

କେଜରିଓ୍ବାଲ ଖରାପ ଘରକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେ ତାଙ୍କ ଘରେ ଏକ ସୁନ୍ଦର କାଠ କାନ୍ଥ ଲଗାଇଛନ୍ତି । ଏହାର ମୂଲ୍ୟ ପ୍ରାୟ ୪.୩୭ କୋଟି ଟଙ୍କା। ଏଥି ସହିତ ଭିଏତନାମରୁ ଅଣାଯାଇଥିବା ୧.୫ କୋଟି ଟଙ୍କାର ମାର୍ବଲ ଘରେ ଲଗାଯାଇଛି।

Share