ସବୁ ରେକର୍ଡ ଭାଙ୍ଗି କନ୍ଦାଇଲାଣି କରୋନା

ନୂଆଦିଲ୍ଲୀ,୫।୯: ଦେଶରେ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରି ଚାଲିଛି। ଏବେ ସଂକ୍ରମଣ ପିକ୍‌ରେ ଥିବା ବେଳେ ଏପର୍ଯ୍ୟନ୍ତ ୨୪ଘଣ୍ଟାରେ ଯେତିକି ସଂକ୍ରମିତ ହୋଇଥିଲେ ସବୁ ରେକର୍ଡକୁ ଭାଙ୍ଗିଛି ଶୁକ୍ରବାର ଆସିଥିବା ରିପୋର୍ଟ। ଉକ୍ତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୬,୪୩୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ଛୁଇଁ ସାରିଛି। ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୧,୦୮୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏବେ ୮,୪୬,୩୯୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୧,୦୭,୨୨୩ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ମହାରାଷ୍ଟ୍ରରେ ସର୍ବାଧିକ ୨,୧୧,୩୨୫ଜଣଙ୍କ ଚିକିତ୍ସା ଚାଲିଥିବା କୁହାଯାଉଛି।

Share