Categories: ଜାତୀୟ

କେରଳରେ ଅଧିକ ଶିକ୍ଷିତ ଥିବାରୁ ଭାଜପାକୁ ମିଳୁନି ଭୋଟ

ଥିରୁଭାନନ୍ତପୁରମ୍‌‌,୨୫।୩: କେରଳରେ ଏପ୍ରିଲ୍‌ ୬ରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୧୪୦ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ପାଖରେ ଜଣେ ମାତ୍ର ବିଧାୟକ ରହିଛନ୍ତି। ସେ ହେଉଛନ୍ତି ଓ. ରାଜଗୋପାଳ। ଏବେ ସେ ଏକ ସାକ୍ଷାତ୍‌କାରରେ ଦେଇଥିବା ମନ୍ତବ୍ୟ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଭାଜପା ହରିୟାଣା ଏବଂ ତ୍ରିପୁରାରେ ସଫଳ ରହିଥିବାବେଳେ ପଶ୍ଚିମବଙ୍ଗରେ ସ୍ଥିତି ସୁଦୃଢ଼ କରୁଛି। ଅପରପକ୍ଷରେ କେରଳରେ କାହିଁକି ସଫଳ ହେଉନାହିଁ ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଜଗୋପାଳ କହିଛନ୍ତି ଯେ, ରାଜ୍ୟରେ ଲୋକେ ଶିକ୍ଷିତ, ସେମାନେ ଚିନ୍ତା କରିବା ପରେ ମତଦାନ କରିଥାନ୍ତି। ରାଜ୍ୟର ସାକ୍ଷରତା ହାର ଅଧିକ ଥିବାରୁ ଲୋକେ ତର୍କ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥାନ୍ତି। ତେଣୁ ରାଜ୍ୟରେ ଭାଜପା ଅସଫଳ ରହିଛି ବୋଲି ରାଜଗୋପାଳ କହିଛନ୍ତି।

Share