Categories: ଜାତୀୟ

ଏପରି ସାଧ୍ୱୀ ଥିଲେ ପାପୀଙ୍କର କୌଣସି ଆବଶ୍ୟକତା ନାହିଁ: ନିରଞ୍ଜନଙ୍କୁ ମହୁଆଙ୍କ କଟାକ୍ଷ…

କୋଲକାତା,୭।୧୦: ତୃଣମୂଳ କଂଗ୍ରେସ (ଟିଏମସି) ପ୍ରତିନିଧିମାନେୀ ଦିଲ୍ଲୀରେ ରାଷ୍ଟ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଟିଏମସି ଏମପି ମହୁଆ ମୋଇତ୍ର ଭାଜପା ନେତାଙ୍କ ଉପରେ ଦୋଷାରୋପ କରି କହିଛନ୍ତି ସାଧ୍ୱୀ ବୈଠକ ପାଇଁ ସମୟ ଦେଇ ନିଜେ ଅନ୍ୟ ଏକ କାମର ଆଳ କରି ଚାଲିଯାଇଛନ୍ତି।

ଆମର ୪୦ ବିଧାୟକ ଏବଂ ଏମପି ସମୟ ନେଇ ସାଧ୍ୱୀଙ୍କ ପାଖରେ ପହଞ୍ଚିଥିଲେ। ସେ ଆମକୁ ବୈଠକ ପାଇଁ ସମୟ ଦେଇଥିଲେ, କିନ୍ତୁ ପରେ ଏଭଳି ନିନ୍ଦା ଜନକ କାର୍ଯ୍ୟ କରିଛନ୍ତି। ମହୁଆ କଟାକ୍ଷ କରି କହିଛନ୍ତି ଯଦି ଭାରତରେ ଏପରି ସାଧ୍ୱୀ ଅଛନ୍ତି ତେବେ ଆଉ ପାପୀଙ୍କର କୌଣସି ଆବଶ୍ୟକତା ନାହିଁ ।

ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଦାର୍ଜିଲିଂରେ ଅଛନ୍ତି। ଆମେ ରାଜ୍ୟପାଳଙ୍କୁ ଭେଟିବାକୁ ଚାହୁଁଥିଲୁ କାରଣ ଆମେ ବିରୋଧ କରୁଥିଲୁ। ଆମେ ଆମ ପ୍ରତିନିଧି ଦଳ ସହିତ ତାଙ୍କୁ ଭେଟିବା ପାଇଁ ଆସିଛୁ ଏବଂ ତାଙ୍କୁ ମନରେଗା ଶ୍ରମିକମାନଙ୍କ ଦରମା ନ ଦେବା ସମସ୍ୟାର ସମାଧାନ କରିବାକୁ କହିଛୁ। ମହୁଆ କହିଛନ୍ତି  ପଶ୍ଚିମବଙ୍ଗର ରାଜ୍ୟପାଳଙ୍କର  ଏହି ସମସ୍ୟାର ସମାଧାନ ଖୋଜିବାର ନୈତିକ ଦାୟିତ୍ୱ ରହିଛି।

Share