Categories: ଜାତୀୟ

ଚନ୍ଦ୍ରାୟନ-୩ ସଫଳତା ନେଇ ସାରା ପୃଥିବୀର ମିଡ଼ିଆ ପ୍ରଶଂସାରେ ଶତମୁଖ, ପାକିସ୍ତାନ ଦୁଃଖୀ !…

ନୂଆଦିଲ୍ଲୀ,୨୪।୮ : ଭାରତୀୟ ମହାକାଶ ଗବେଷଣା ସଂଗଠନର (ଇସ୍ରୋ) ମିଶନ ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହିତ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୂବରେ ନିଜର ମହାକାଶଯାନ ଅବତରଣ କରିଛି।

ଏହି ମିଶନର ସଫଳତା ବିଶ୍ୱ ଗଣମାଧ୍ୟମ ଏକ ପ୍ରମୁଖ ସ୍ଥାନ ଦେଇଛି। କିନ୍ତୁ, ପଡୋଶୀ ପାକିସ୍ତାନର ଗଣମାଧ୍ୟମରେ ଚନ୍ଦ୍ରୟାନ-୩ ଅଗ୍ରଣୀ ଖବର ଭାବେ ପ୍ରକାଶ ପାଇନାହିଁ। ଏହା ସାଧାରଣ ଭାବେ ପ୍ରକାଶିତ ହୋଇଛି। ଏନେଇ ପାକିସ୍ତାନ ଦୁଃଖୀ ହୋଇଥିବା ମନେ ହେଉଛି। ଏନ୍ୟୁୟର୍କ ଟାଇମ୍ସ, ବିବିସି, ଦି ଗାର୍ଡିଆନ ଇତ୍ୟାଦି ଏହି ଖବରକୁ ପ୍ରକାଶ କରି ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ଅଲଜଜିରା ଲେଖିଛି ଭାରତ ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଏକ ମହାକାଶଯାନକୁ ସଫଳତାର ସହ ଅବତରଣ କରି ଏହା କରିବାରେ ପ୍ରଥମ ଦେଶ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ମିଶନର ସଫଳତା ସମଗ୍ର ମାନବିକତାର ସଫଳତା। ଖବରକାଗଜ ଲେଖିଛି, ଚନ୍ଦ୍ରାୟନ-୩ ଅବତରଣକୁ ଭାରତରେ ଦେଖିବା ପାଇଁ ଅଫିସ, ଦୋକାନ, ରେଷ୍ଟୁରାଣ୍ଟ ଏବଂ ଘରେ ଟିଭି ଚାରିପାଖରେ ଲୋକମାନଙ୍କର ଭିଡ଼ ଜମିଥିଲା।

ନ୍ୟୁୟର୍କ ଟାଇମ୍ସ ଲେଖିଛି ଭାରତ ପ୍ରଥମେ ଚନ୍ଦ୍ରର ଦକ୍ଷିଣ ପୋଲ ଅଞ୍ଚଳରେ ଅବତରଣ କଲା। ଖବରକାଗଜ ଲେଖିଛି, ବିକ୍ରମ ନାମକ ଲ୍ୟାଣ୍ଡର ଏବଂ ଭାରତର ପ୍ରଜ୍ଞାନ ନାମକ ରୋଭର ବୁଧବାର ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଛି।

ଦ ଗାଡିଆନ ଏହାର ଲେଖିଛି ଐତିହାସିକ ମୁହୂର୍ତ୍ତରେ ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଏକ ମହାକାଶଯାନକୁ ସଫଳତାର ସହ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି, ଯାହା ସାରା ଦେଶରେ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି କରିଛି। ବିବିସି ଏହାର ଶୀର୍ଷଲେଖରେ ଲେଖିଛି ଚନ୍ଦ୍ରଯାନ-୩ ଇତିହାସ ସୃଷ୍ଟି କରି ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଅବତରଣ କରିଛି।

ଫ୍ରାନ୍ସର ଅଗ୍ରଣୀ ଖବରକାଗଜ ଲେ ମୋଣ୍ଡେ ଏହାର ଶୀର୍ଷକ ଲେଖିଛି ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଏକ ମହାକାଶଯାନ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଛି। ସିଏନଏନ ଏହାର ଶୀର୍ଷ ଖବରରେ ଲେଖିଛି ଚନ୍ଦ୍ରରେ ମହାକାଶଯାନ ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି।

ୱାଶିଂଟନ ପୋଷ୍ଟ ଏହାର ଶୀର୍ଷ ଖବରରେ ଲେଖିଛି ଭାରତ ଚନ୍ଦ୍ର ପୃଷ୍ଠରେ ଏକ ମହାକାଶଯାନକୁ ଧୀରେ ଧୀରେ ଅବତରଣ କରାଇଛି। ଖବରକାଗଜ ଲେଖିଛି ଭାରତ ବୁଧବାର ଦିନ ଚନ୍ଦ୍ରରେ ଏକ ରୋବୋଟିକ ମହାକାଶଯାନ ଅବତରଣ କରିଛି। ରୁଷିଆର ଏକ ମହାକାଶଯାନ ଦୁର୍ଘଟଣାର କିଛି ଦିନ ପରେ ଏହା ଏକ କୀର୍ତ୍ତି ହାସଲ ହୋଇଛି।

 

Share