ଜୋହନ୍ସବର୍ଗ,୮।୧: ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି କ୍ରମେ ସୁସ୍ଥ ହେବାରେ ଲାଗିଛନ୍ତି। ମଙ୍ଗଳବାରଠାରୁ କେପ୍ଟାଉନ୍ରେ ଆରମ୍ଭ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଫେରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଭାରତ ୱଣ୍ଡରର୍ସରେ ୭ ଉଇକେଟରେ ପରାସ୍ତ ହୋଇଥିଲା। କୋହଲି ଏବେ ନେଟ୍କୁ ଫେରି ଅଭ୍ୟାସ କରିଛନ୍ତି।
ଦଳ ମଧ୍ୟ ଜୋହାନେସ୍ବର୍ଗରୁ କେପଟାଉନ ଅଭିମୁଖେ ବାହାରିଲାଣି। ସେଠାରେ ଗୋଟିଏ ଦୁଇଟି ନେଟ ସେସନ ପରେ କୋହଲି ଠିକ୍ ହୋଇଯିବାର ଆଶା ରହିଛି। ସ୍ବାସ୍ଥ୍ୟ ସମ୍ପର୍କରେ ଯେତିକି ସୂଚନା ପାଇଛି କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ତୃତୀୟ ଟେଷ୍ଟ ଖେଳିବାକୁ ସେ ଫିଟ ହୋଇଯିବେ ବୋଲି ଦ୍ରାବିଡ ସୂଚନା ଦେଇଛନ୍ତି।