Categories: ଜାତୀୟ

୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରୁ ମିଳିଲା ୧୪ ମୃତଦେହ

ନୂଆଦିଲ୍ଲୀ, ୧୯।୬: ରାଜଧାନୀ ଦିଲ୍ଲୀର ନୋଇଡ଼ା ଅଞ୍ଚଳରୁ ୧୪ଟି ମୃତଦେହ ମିଳିଛି । ସନ୍ଦିଗ୍ଧ ଅବସ୍ଥାରେ ବିଭିନ୍ନ ସ୍ଥାନରୁ ଏହି ମୃତଦେହଗୁଡ଼ିକ ମିଳିଛି । ଲୁ ଏବଂ ହିଟ୍‌ୱେଭ୍‌ କାରଣରୁ ଏମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହି ଏତେ ଲୋକଙ୍କର କେମିତି ମୃତ୍ୟୁ ହେଲା ସେ ନେଇ ସ୍ପଷ୍ଟ ଜଣାପଡ଼ିବ ବୋଲି ଦିଲ୍ଲୀ ସ଼୍ବାସ୍ଥ୍ୟ ବିଭାଗ କହିଛି ।

ବର୍ତ୍ତମାନ ସମଗ୍ର ଉତ୍ତର ଭାରତରେ ଭୀଷଣ ଗରମ ଅନୁଭୂତ ହେଉଛି । ଏହି କାରଣରୁ ହିଟ୍‌ ଷ୍ଟ୍ରୋକ୍‌ ଭଳି ମାମଲା ବଢ଼ିବାରେ ଲାଗିଛି । ନୋଇଡ଼ାରେ ମଙ୍ଗଳବାର ସନ୍ଦିଗ୍ଧ ପରିସ୍ଥିତିରେ ପୋଲିସ୍‌ କିଛି ମୃତକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଉ କିଛି ମୃତକଙ୍କ ପରିବାର ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି । ଏହି ମୃତକଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ । ତେଣୁ ଏ ସମସ୍ତଙ୍କର ମୃତ୍ୟୁ ହିଟ୍‌ ଷ୍ଟ୍ରୋକ୍‌ କାରଣରୁ ହୋଇଥାଇପାରେ ବୋଲି କୁହାଯାଉଛି ।

Share