Categories: ଜାତୀୟ

ମୁଖ୍ୟମନ୍ତ୍ରୀ ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ପ୍ରତିଶ୍ରୁତି ପାଳନ କଲେ ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ୍‌,୮।୧୨: ତେଲଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ମିନିଟ ପରେ ରେଭନ୍ଥ ରେଡ୍ଡୀ ତାଙ୍କର ଗୋଟିଏ ପ୍ରତିଶ୍ରୁତି ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ହିଁ ସେ ତାଙ୍କ ସରକାରୀ ବାସଭବନ ବାହାରେ ଲୁହା ବ୍ୟାରିକେଡ ହଟାଇ ଦେଇଥିଲେ। ନିର୍ବାଚନ ପ୍ରଚାର ସମୟରେ ରେଭନ୍ତ ରେଡ୍ଡୀ ଜନସାଧାରଣଙ୍କୁ କହିଥିଲେ, ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ମାତ୍ରେ ସେ ମୁଖ୍ୟମନ୍ତ୍ରୀ ବାସଭବନରୁ ବ୍ୟାରିକେଡ ହଟାଇବେ। ସିଏମ କାର୍ଯ୍ୟାଳୟ ସବୁବେଳେ ଜନସାଧାରଣଙ୍କ ପାଇଁ ଖୋଲା ରହିବ।
ଗୁରୁବାର ରେଭନ୍ଥ ରେଡ୍ଡୀ କେ.ଚନ୍ଦ୍ରଶେଖର ରାଓଙ୍କ ସ୍ଥାନ ନେଇଥିଲେ। ଚନ୍ଦ୍ରଶେଖର ରାଓ ୨୦୧୪ରୁ ତେଲଙ୍ଗାନାର ସିଏମ ଥିଲେ।

Share