ମାସ୍କ ନ ଥିଲେ ଦର୍ଶକଙ୍କୁ ବାରବାଟୀ ଷ୍ଟାଡିୟମ ମନା

କଟକ ଅଫିସ, ୧୦।୬: କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ମାସ୍କ ନ ଥିଲେ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଭିତରକୁ ଛଡାଯିବ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି।
ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରୟଦର୍ଶୀ ସମୀକ୍ଷା କରିଛନ୍ତି। ମ୍ୟାଚ ସମୟରେ ୪ ଡିସିପିଙ୍କ ସମେତ ୭ ଆଡିସନାଲ ଡିସିପି ଓ ୨୮୦ ଅଫିସରଙ୍କ ସହ ୬୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଡି ରହଣୀ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି।

Share