କୋଭିଡ୍‌ ଟିକା ପାସ୍‌ ନ ଥିଲେ ରେଷ୍ଟୁରାଣ୍ଟ୍‌-ଜିମ୍‌ରେ ପ୍ରବେଶ ମନା…

ନ୍ୟୁୟର୍କ,୪।୮: ଆମେରିକାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସହରରେ କେତେକ ସର୍ବସାଧାରଣ ସ୍ଥଳକୁ ଯିବା ଲାଗି କଟକଣା ଜାରି ହୋଇଛି। ନ୍ୟୁୟର୍କ ସିଟିରେ ରେଷ୍ଟୁରାଣ୍ଟ, ଜିମ ଏବଂ ବିଭିନ୍ନ ଶୋ ଭଳି ଇନଡୋର ଭେନ୍ୟୁରେ ଯୋଗଦେଉଥିବା ଲୋକଙ୍କ ପାଇଁ ଟିକାକରଣର ପ୍ରମାଣ ପତ୍ର ଅର୍ଥାତ୍‌ କୋଭିଡ୍‌ ଟିକା ପାସ୍‌ ଆବଶ୍ୟକ ବୋଲି ମେୟର ବିଲ ଡି ବ୍ଲାସିଓ ଘୋଷଣା କରିଛନ୍ତି । ଆମେରିକାର ପ୍ରଥମ ସହର ଭାବରେ ଏଠାରେ କୋଭିଡ୍‌ ଟିକା ପାସ ଆରମ୍ଭ କରାଯାଇଛି।
ଡି ବ୍ଲାସିଓ ଏକଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି, ଯଦି ଟିକା ନେଇଥିବା ଲୋକେ ଏସବୁ ସର୍ବସାଧାରଣ ସ୍ଥଳରେ ପ୍ରବେଶ କରିପାରିବେ। ବ୍ଲାସିଓ କହିଛନ୍ତି ଯେ “କି ଟୁ ଏନ୍‌ଓ୍ବାଇସି” ନାମକ ଏକ ହେଲଥ୍‌ ପାସ ଅଗଷ୍ଟ ୧୬ରେ ଆରମ୍ଭ ହେବ। ଏହାର ବୈଧତା ଏକ ମାସ ରହିବ। ସୁସ୍ଥ ଏବଂ ନିରାମୟ ଜୀବନଯାପନ ପାଇଁ ଟିକାକରଣ ଅପରିହାର୍ଯ୍ୟ ବୋଲି ବ୍ଲାସିଓ କହିଛନ୍ତି।

Share