ବିନା ସୂଚନାଫଳକରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ଅଭିଯୋଗ

କେସିଙ୍ଗା,୨୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଗୋକୁଳେଶ୍ୱର ପଞ୍ଚାୟତର ଗୋକୁଳେଶ୍ୱର ଗ୍ରାମରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟ ବିନା ସୂଚନା ଫଳକ ଓ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଗ୍ରାମବାସୀ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଗୋକୁଳେଶ୍ୱର ପଞ୍ଚାୟତରେ ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟ ନ ଥିବାରୁ ଚାଷୀଙ୍କ ଠାରୁ ରାଜସ୍ବ ଆଦାୟ କରିବା ପାଇଁ ବହୁ ଅସୁବିଧା ହେଉଥିଲା। ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନୂତନ ଏକ ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ରେଭ୍ୟୁ ଡିପାର୍ଟମେଣ୍ଟ ପକ୍ଷରୁ ଅର୍ଥ ମଞ୍ଜୁର କରିଛନ୍ତି।
ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଠିକାଦାର ଜଣକ ଗ୍ରାମଞ୍ଚଳର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଅତିନିମ୍ନ ମାନର କାମ ସିମେଣ୍ଟ, ଲୁହାରଡ୍‌ ଲଗାଇ କାମ କରୁଥିବା ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ନିକଟରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି।

Share