Posted inଜାତୀୟ

କରୋନା-ୟୁକ୍ରେନ୍‌ ଯୁଦ୍ଧ ନ ହୋଇଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥା ଛୁଇଁଥାନ୍ତା ୪.୩ ଟ୍ରିଲିୟନ୍‌ ଡଲାର…

ଲକ୍ଷ୍ନୌ, ୧୪।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଦି କରୋନା ଏବଂ ୟୁକ୍ରେନ-ରୁଷିଆ ଯୁଦ୍ଧ ହୋଇନଥାନ୍ତା ତେବେ ଭାରତର ଅର୍ଥନୀତି ୪.୩ ଟ୍ରିଲିୟନ ଡଲାର ଛୁଇଁଥାନ୍ତା। ଭାରତ ପରି ଆମେରିକା ଏବଂ ଚାଇନାରେ ମଧ୍ୟ ମୁଦ୍ରାସ୍ଫୀତିର ସଙ୍କଟ ଦେଖାଦେଇଛି। ଅର୍ଥନୀତି କରୋନା ଦ୍ୱାରା ପ୍ରଭାବିତ ହୋଇଛି । ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତର କରୋନା ପରିଚାଳନାକୁ ପ୍ରଶଂସା କରିଛି।

ଦେଶରୁ ରପ୍ତାନୀ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ବାଣିଜ୍ୟ ବୃଦ୍ଧି ହେଉଛି। ମୁଦ୍ରାସ୍ଫୀତି ଯାଞ୍ଚ ପାଇଁ ଆରବିଆଇ ପଦକ୍ଷେପ ମଧ୍ୟ ନେଇଥିବା ସେ କହିଛନ୍ତି।

ଶନିବାର ଲକ୍ଷ୍ନୌ ବୌଦ୍ଧିକ ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ଏଭଳି କହିଛନ୍ତି।

ସେ କହିଛନ୍ତି ଯେ ୨୦୧୪ ମସିହାରୁ ବିଶ୍ୱରେ ଭାରତର ପ୍ରତିଷ୍ଠା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଛି। ଏହାପୂର୍ବରୁ ଭାରତକୁ ଗୁରୁତ୍ୱ ଦିଆଯାଉ ନ ଥିଲା। ଆଜି ଆମେରିକା ମଧ୍ୟ ଭାରତ କଥାକୁ ଶୁଣୁଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି।

ଯଦି ନେତୃତ୍ୱ ପ୍ରଭାବଶାଳୀ ତେବେ ବିକାଶକୁ କେହି ଅଟକାଇ ପାରିବେ ନାହିଁ । ପ୍ରତିରକ୍ଷା କ୍ଷମତା ଏବଂ ଅର୍ଥନୀତି ଏକ ଦେଶର ଶକ୍ତି ନିର୍ଣ୍ଣୟ କରେ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ଯେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରାଯାଇଛି ବୋଲି କେହି ଦାବି କରିପାରିବେ ନାହିଁ କିନ୍ତୁ ଯାହା ସମ୍ଭବ ତାହା ମୋ ଦ୍ୱାରା କରାଯାଇଛି। ରିଙ୍ଗ ରୋଡ ଲକ୍ଷ୍ନୌର ସ୍ବପ୍ନର ପ୍ରକଳ୍ପ ଥିଲା, ଏହା ସମାପ୍ତ ହେଉଛି । ଜାତୀୟ ରାଜପଥ ପ୍ରାଧିକରଣକୁ ରିଙ୍ଗ ରୋଡ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଗତି ତ୍ୱରାନୱିତ କରିବାକୁ ସେ ନିତିନ ଗଡକରୀଙ୍କ ସହ ମଧ୍ୟ କଥା ସେ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଲୋକମାନେ ମୋତେ ଯାହା କୁହନ୍ତି ମୁଁ ତାହା କରିବାକୁ ଚେଷ୍ଟା କରିଥାଏ।

ଲକ୍ଷ୍ନୌର ୬ ଟି ଫ୍ଲାଏଓଭର କାମ ସରିଛି ବୋଲି ରାଜନାଥ ସିଂ କହିଛନ୍ତି। ଆଉ ୫ ଟି ଫ୍ଲାଏଓଭର କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ରେଳ ଷ୍ଟେଶନର ମଧ୍ୟ ବିକାଶ କରାଯାଉଛି। ଗୋମତି ନଗର ରେଳ ଷ୍ଟେଶନ ବିଶ୍ୱ ସ୍ତରୀୟ ହେବାର ଯୋଜନା ରହିଛି। ଏନେଇ ଅଥଁର ଅଭାବ ନାହିଁ। ରେଳବାଇର ସମସ୍ୟା ହେଉଛି ଜମି କ୍ରେତା ମିଳୁ ନାହାଁନ୍ତି। ସେ କହିଛନ୍ତି ଯେ ଯଦି ରାଜ୍ୟବାସୀ ସନ୍ତୁଷ୍ଟ ନ ହୋଇଥାନ୍ତେ, ତେବେ ବହୁ ସଂଖ୍ୟାରେ ସରକାର ଗଠନ କରିବା ସମ୍ଭବ ହୋଇ ନ ଥାନ୍ତା ।

ବ୍ୟବସାୟ ପାଇଁ ରେଡ ଟେପ ବଦଳରେ ସରକାର ରେଡ କାର୍ପେଟ ଯୋଗାଇ ଦେବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଏହା ପ୍ରମାଣିତ କରିଛନ୍ତି ଯେ, ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁର୍ନୀତିକୁ ରୋକାଯାଇପାରିବ। ଜିଏସଟି ସଂଗ୍ରହକୁ ନେଇ ଏକ ରେକର୍ଢ ହୋଇଛି। ଏପ୍ରିଲରେ ଏକ ଲକ୍ଷ ୬୦ ହଜାର କୋଟି ସଂଗ୍ରହ ହୋଇଛି। ଦୁର୍ନୀତି ଏବଂ ଲିକ ରୋକିବାରେ ସରକାର ସଫଳ ହୋଇଛନ୍ତି। ରେଡ ଟେପ ବଦଳରେ ବ୍ୟବସାୟ ପାଇଁ ରେଡ କାର୍ପେଟ ବର୍ତ୍ତମାନ ଉପଲବ୍ଧ ହେଉଛି।

ସେ କହିଛନ୍ତି ଯେ ଇଣ୍ଡୋ-ଚାଇନା ଆଭିମୁଖ୍ୟରୁ ଭାରତ ନିଜର ଶକ୍ତିକୁ ଅନୁଭବ କରି ପାରିଛି। ଫଳାଫଳକୁ ନେଇ ଭାରତ ଚିନ୍ତା କରିବ ନାହିଁ କିନ୍ତୁ ଆତ୍ମ ସମ୍ମାନ ଉପରେ ମଧ୍ୟ ଆପୋଷ ବୁଝାମଣା କରିବ ନାହିଁ। ଆମେ ସୁରକ୍ଷା ବ୍ୟବସ୍ଥାରେ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ଚାହୁଁନାହୁଁ। ତେଣୁ ଭାରତରେ ୩୦୯ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ହେବ। ବଜେଟର ୬୮ ପ୍ରତିଶତ ଘରୋଇ ଶିଳ୍ପ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri