ବିନା ହେଲମେଟ, ମାସ୍କରେ ନଜର ଆସିଲେ ଦୁଇ ଅଭିନେତା, ପ୍ରଶଂସକ କହିଲେ…

ମୁମ୍ବାଇ: କରୋନା ମହାମାରୀ ସମୟରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ବିନା ମାସ୍କ, ହେଲ୍‌ମେଟରେ ରାଜପଥରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି। ଏହି ଫଟୋକୁ ନେଇ ଉଭୟେ ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି। ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଏହି ପରିସ୍ଥିତିରେ ଉଭୟଙ୍କ ଏହିପରି ବୁଲିବା କ’ଣ ଆବଶ୍ୟକତା ରହିଛି। ଇମ୍ରାନଙ୍କ ସହ ଏକ ଫଟୋ ପୋଷ୍ଟ କରି ଅକ୍ଷୟ ଲେଖିଛନ୍ତି , ମୁଁ ମୋର ସମ୍ପୂର୍ଣ୍ଣ ସେଲ୍‌ଫି ପାର୍ଟନର ପାଇଛି।

ଅକ୍ଷୟ ମଧ୍ୟ କରଣ ଜୋହରଙ୍କୁ ଏକ ଫଟୋ ସହିତ ଟ୍ୟାଗ୍‌ କରିଛନ୍ତି। ସେ ସେଲ୍‌ଫି ଗେମ୍‌ ଶେଷ କରିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ ଏକ ଫଟୋରେ ଉଭୟ ବିଭିନ୍ନ ରାଜପଥରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି। ଇମ୍ରାନ ମଧ୍ୟ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି,‘ନୂଆ ଲୁକ, ଅକ୍ଷୟ କୁମାରଙ୍କ ଦ୍ୱାରା ଅନୁପ୍ରାଣୀତ, ମୋର ଦିନ ସେଲ୍‌ଫିରୁ ଆରମ୍ଭ’ ପ୍ରଥମ ଲୁକ୍‌କୁ ଶେୟାର କରି କରଣ ଲେଖିଛନ୍ତି, ‘ସେଲ୍‌ଫିର ପରିଚୟ, ଯେଉଁଥିରେ ଅକ୍ଷୟ କୁମାର ଏବଂ ଇମ୍ରାନ ହାସ୍‌ମୀ ନଜର ଆସିବେ। ଏହାକୁ ରାଜ ମେହେଟ୍ଟା ନିର୍ଦ୍ଦେଶନା ଦେଉଛନ୍ତି। ଏହାର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ପ୍ରକୃତରେ ଅକ୍ଷୟ ଏବଂ ଇମ୍ରାନ ସେମାନଙ୍କର ଆଗାମୀ ଫିଲ୍ମ ‘ସେଲ୍‌ଫି’ ଘୋଷଣା କରି ଏହି ଫଟୋଗୁଡ଼ିକ ପୋଷ୍ଟ କରିଛନ୍ତି। ଫଟୋରୁ ଜଣାପଡୁଛି ଉଭୟେ ସେମାନଙ୍କ ଫିଲ୍ମ ‘ସେଲ୍‌ଫି’ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ସେଲ୍‌ଫି ମାଲାୟାଲମ ଫିଲ୍ମ ‘ଡ୍ରାଇଭିଂ ଲାଇସେନ୍ସ’ର ହିନ୍ଦୀ ରିମେକ୍‌।

Share