ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଏଥର +୨ ଅରିଜିନାଲ ମାର୍କସିଟ୍ ଓ ମାଇଗ୍ରେଶନ ସାର୍ଟିଫିକେଟ ବିନା +୩ ଆଡମିଶନ କରିପାରିବେ ଛାତ୍ରୀଛାତ୍ର। କରୋନା ଯୋଗୁ ଡାଉନଲୋଡ୍ ମାର୍କସିଟ୍ରେ ଏଥର ଆଡମିଶନ କରି ହେବ ବୋଲି ଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଅଣ୍ଡରଟେକିଂ ନେଇ ଆଡମିଶନ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଶକ୍ଷା ବିଭାଗ ଚିଠି ଲେଖିଛି। ମାତ୍ର ଅରଜିନାଲ ମାର୍କସିଟ ନିର୍ଦ୍ଧାରିତ ସମୟ ମଧ୍ୟରେ ନ ଦେଲେ ଆଡମିଶନ ରଦ୍ଦ କରାଯିବ।