ଭାକ୍ସିନ୍‌ ନ ନେଲେ ସିମ୍‌ କାର୍ଡ ହେବ ବନ୍ଦ, ସରକାରୀ କର୍ମଚାରୀଙ୍କୁ ମିଳିବନି ଦରମା…

ଇସଲାମାବାଦ୍‌,୨୪।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବିଭିନ୍ନ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଲୋକ ଭାକ୍ସିନ୍‌ ନେବାକୁ ଅମଙ୍ଗ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ସହିତ ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଭାକ୍ସିନ୍‌ ନେଇ ନ ଥିବା ଲୋକଙ୍କ ମୋବାଇଲ୍‌ର ସିମ୍‌ କାର୍ଡକୁ ବନ୍ଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଭାକ୍ସିନ୍‌ ନେଇ ନ ଥିବା ସରକାରୀ କର୍ମଚାରୀଙ୍କୁ ଦରମା ମିଳିବ ନାହିଁ। ସିମ୍‌ କାର୍ଡ ବନ୍ଦ ସମ୍ପର୍କରେ ଇମ୍ରାନ୍‌ଙ୍କ ସରକାରଙ୍କ ପକ୍ଷରୁ ପାକିସ୍ତାନ ଦୂରସଞ୍ଚାର ପ୍ରାଧିକରଣ ସହିତ ଆଲୋଚନା କରାଯାଇଛି। ଏସମ୍ପର୍କରେ ପ୍ରାନ୍ତୀୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି ନିର୍ଦ୍ଦେଶ ଦିଆଯାଇଛି।

Share