ଟିକାକରଣ ପ୍ରମାଣପତ୍ର ନ ଥିଲେ ଦରମା ବନ୍ଦ, ସରକାରଙ୍କ କଡ଼ା ଆଇନ…

ଚଣ୍ଡିଗଡ଼, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ କରୋନାର ତୃତୀୟ ଲହର ଭୟକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମସ୍ତ କର୍ମଚାରୀଙ୍କ ଲାଗି କଡ଼ା କଟକଣା ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଟିକାକରଣ ପ୍ରମାଣପତ୍ର ନ ଦେଖାଇଲେ କର୍ମଚାରୀ ଦରମା ପାଇବେ ନାହିଁ। ଟିକା ପ୍ରମାଣପତ୍ର ଦାଖଲ ନ କରିବା ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ବନ୍ଦ ରହିବ।

ପଞ୍ଜାବ ସରକାରଙ୍କ ମାନବ ସମ୍ବଳ ପୋର୍ଟାଲରେ କର୍ମଚାରୀମାନେ ସେମାନଙ୍କର ସମ୍ପୂର୍ଣ୍ଣ କିମ୍ବା ଅସ୍ଥାୟୀ ଟିକା ପ୍ରମାଣପତ୍ର ନମ୍ବର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଅଧିକରୁ ଅଧିକ କର୍ମଚାରୀଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Share