ମାସ୍କ ନ ପିନ୍ଧିଲେ କରୋନା ଯୋଦ୍ଧାଙ୍କ ଭଳି ସେବା କରିବେ: ଯମରାଜ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରବିବାର ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ରେକର୍ଡ। ସହରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୩ରେ ପହଞ୍ଚିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କରୋନା ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ବ୍ୟାପି ସାରିଲାଣି। ତେବେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣ ଓ ଲୋକଙ୍କ ଅବହେଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କିଛି ନିଆରା ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ଓ ନିୟମ ଉଲ୍ଲଂଘନ କରିବେ ସେମାନେ କେରାନା ଯୋଦ୍ଧା ଭାବେ ସେବା ଯୋଗାଇବେ। ରାସ୍ତା ଉପରେ ଲୋକଙ୍କୁ କିଛି ଏଭଳି ବାର୍ତ୍ତା ଦେଇଛନ୍ତି ଯମରାଜ। ସୂଚନାଯୋଗ୍ୟ, ଅବିନାଶ ଚୌହାନ ନାମକ ଜଣେ ବ୍ୟକ୍ତି ଯମରାଜ ବେଶ ଧାରଣ କରି ସହରରେ ମାସ୍କ ପିନ୍ଧୁ ନ ଥିବା ଓ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସଚେତନ କରିଥିଲେ। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ଓ ନିୟମ ଭଙ୍ଗ କରିବେ ସେମାନେ ଉକ୍ତ ଦିନର କେରାନା ଯୋଦ୍ଧାଙ୍କ ବଦଳରେ କାମ କରିବେ। ଏନେଇ ଭୋପାଳ ଜିଲାପାଳ ଯମରାଜଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗ୍ବାଲିୟରରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଥିଲା।

Share