ସାକ୍ଷୀଙ୍କୁ ଧମକ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୦ା୧-ଏକ ହତ୍ୟା ଉଦ୍ୟମ ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜଗଦଳପୁରର ହେମନ୍ତ ଡାକୁଆ(୨୪)। ଶୁକ୍ରବାର ମାମଲା ନଂ.୧୪/୨୩ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘର କାନ୍ଥକୁ ନେଇ ହେମନ୍ତ ଓ ଦୁର୍ଯ୍ୟୋ ବିଷୋୟୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଗତ ମେ ୨୩ ତାରିଖରେ ହେମନ୍ତ ଜଗଦଳପୁରର ଦୁର୍ଯ୍ୟୋଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଉକ୍ତ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି। ଏଥିରେ ନୀଳାଞ୍ଚଳ ବେହେରା ଜଣେ ସାକ୍ଷୀ ଭାବେ ରହିଛନ୍ତି। ହେମନ୍ତ ଜେଲରୁ ଆସିବା ପରେ ନୀଳାଞ୍ଚଳଙ୍କୁ ବିଭିନ୍ନ ସମୟରେ ସାକ୍ଷୀ କାହିଁକି ରହିଛୁ ବୋଲି କହି ଧମକ ଦେଉଥିଲେ। ଗତ ୧୮ ତାରିଖରେ ନୀଳାଞ୍ଚଳ କୌଣସି କାମରେ ବ୍ରହ୍ମପୁର ଯାଉଥିବା ବେଳେ ନିମଖଣ୍ଡି ବିଟ୍‌ ହାଉସ୍‌ ନିକଟରେ ହେମନ୍ତ ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ନୀଳାଞ୍ଚଳ ଗୁରୁତର ଆହତ ହୋଇଥିଲେ। ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହେମନ୍ତଙ୍କୁ ଗିରଫ କରି ପରେ କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ…

ଦିଗପହଣ୍ଡି, ୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମଦେଇ ବହି ଯାଉଥିବା ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବାଲି...

ଗିରଫ ହେଲେ କୋଟିପତି ଖଣି ଅଧିକାରୀ

କେନ୍ଦୁଝର,୨୮ା୧୧: କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି।...

୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର

ଯୋଡ଼ା,୨୮ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଜଣେ ୧୫ ମାସର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଛି।...

ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବିଚିତ୍ର ବର୍ନାଳି ନାଟ୍ୟ ସଂସଦ କକ୍ଷରେ ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା...

ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୨୮ା୧୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ଜି. ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ...

ଘରେ ପଶି ପୁତୁରାଙ୍କୁ ହତ୍ୟା, ଦାଦାଙ୍କୁ ଅଟକ ରଖିଲା ପୋଲିସ

ବ୍ରହ୍ମପୁର,୨୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଘରୋଇ ହିଂସା ଓ ପୂର୍ବ ଶତ୍ରୁତାରୁ ମାସେ ଭିତରେ ୩ ମୁଣ୍ଡ ଗଡ଼ିସାରିଲାଣି। ପୂର୍ବରୁ ଶେରଗଡ଼ରେ ଦୁଇଟି ହତ୍ୟାକାଣ୍ଡ...

ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୨୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବନବିଭାଗ...

ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର

ଜଳେଶ୍ୱର,୨୮।୧୧: ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri