ମସ୍କଙ୍କ ବିରୋଧରେ ଟୁଇଟର ମାମଲାର ଶୁଣାଣି ଅକ୍ଟୋବରରେ

ୱାଶିଂଟନ,୨୦ ।୭: ସୋସିଆଲ ମିଡିଆ ପା୍ଲଟଫର୍ମ ଟୁଇଟର ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ଉପରେ ୪୪ ଅରବ ଡଲାରରେ କମ୍ପାନୀର ଶେୟାର କ୍ରୟ କରିବାକୁ ଚାପ ପକାଇବା ଘଟଣାକୁ ନେଇ ମାମଲା କରିଛି । ଏହି ମାମଲାର ଶୁଣାଣି ଅକ୍ଟୋବରରେ ହେବ । ଡେଲାବେୟର କୋର୍ଟ ଅଫ ଚାଂସରିର ବିଚାରପତି କହିଛନ୍ତି, ଏଲନ ମସ୍କଙ୍କ ବିରୋଧରେ ଟୁଇଟର କରିଥିବା ମାମଲାର ଶୁଣାଣି ଅକ୍ଟୋବରରେ ହେବ । ନ୍ୟୁଜ ଏଜେନ୍ସି ରଏଟର ଏହି ସୂଚନା ଦେଇଛି ।
ସୋସିଆଲ ମିଡିଆ କମ୍ପାନୀ ଟୁଇଟର ପକ୍ଷରୁ ୪୪ ଅରବ ଡଲାର ଅଧିଗ୍ରହଣକୁ ନେଇ ଚାପ ପକାଇବା ମାମଲାରେ ଟେଲସାର ସିଇଓ ଏଲନ ମସ୍କ ଗତ ଶୁକ୍ରବାର ଅର୍ଥାତ୍ ୧୫ ଜୁଲାଇରେ ଟୁଇଟର ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି । କୋର୍ଟରେ ଦାଖଲ କରାଯାଇଥିବା ଏକ ଜବାବରେ ମସ୍କଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, ଟୁଇଟର ନକଲି ଆକାଉଣ୍ଟ ବିଷୟରେ ସୂଚନା ଦେଇନାହିଁ ।

Share