ଠାକୁରାଣୀଙ୍କ ଯାତ୍ରା ବେଳେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ହିଞ୍ଜିଳିକାଟୁ,୧୭ା୧୧(ଡି.ଏନ୍‌.ଏ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ାଠାରେ ମା’ କାଳୁଆ ଯାତ୍ରା ଉଦ୍‌ଯାପନୀ ଦିବସରେ ବୁଧବାର ଠାକୁରାଣୀଙ୍କ ଘଟ ପରିକ୍ରମା ବେଳେ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀ ନିଜ ଅଞ୍ଚଳରେ ଠାକୁରାଣୀଙ୍କ ଘଟକୁ ଦୀର୍ଘ ସମୟ ଧରି ଅଟକ ରଖିବା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିଲା। ଖବର ପାଇଁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ମନୋରଞ୍ଜନ ସାହୁ ପ୍ରମୁଖ ଗାଁରେ ପହଞ୍ଚତ୍ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା କରିଥିଲେ।

ହେଲେ ମଧ୍ୟାହ୍ନରେ ପୁଣି ୨ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ, ଛତ୍ରପୁର ଉପ ଜିଲାପାଳ ନୀଳମାଧବ ଭୋଇ, ଆସିକା ଏସଡିପିଓ ଉମା ଶଙ୍କର ସିଂ, ପୁରୁଷୋତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା, ପାଟପୁର, ଶେରଗଡ଼, ହିଞ୍ଜିଳି ଆଇଆଇସିଙ୍କ ସହ ୨ପ୍ଲାଟୁନ ପୋଲିସ ଫୋର୍ସ ଆଙ୍କୋରଡ଼ା ଗ୍ରାମରେ ପହଞ୍ଚତ୍ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ। ଦୀର୍ଘ ସମୟ ଧରି ଉଭୟ ମଧ୍ୟରେ ଆଲୋଚନା ହୋଇଥିଲା। ସନ୍ଧ୍ୟାରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇବା ପରେ ଠାକୁରାଣୀଙ୍କ ଘଟକୁ କିଛି ଲୋକଙ୍କ ଉପସ୍ଥିତିରେ ମେଲାଣି ପ୍ରଦାନ କରାଯାଇଥିଲା।

Share