Categories: ବାଣିଜ୍ୟ

ୱକ୍‌ହାର୍ଟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୧।୭: ଅନ୍ତଃରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ ଏବଂ ବାୟୋଟେକ୍ନୋଲୋଜି କମ୍ପାନୀ ୱକ୍‌ହାର୍ଟ ପକ୍ଷରୁ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଗତ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ କମ୍ପାନୀ ମଜଭୁତ ପରିଚାଳନାଗତ ପ୍ରଦର୍ଶନ କରିବା ସହିତ ରାଜସ୍ବ ସଂଗ୍ରହରେ ମଧ୍ୟ ୭% ଅଭିବୃଦ୍ଧି ହାସଲ କରିଛି। ସେହିଭଳି ଏହାର ଇବିଆଇଟିଡିଏ ତିନିଗୁଣ ବୃଦ୍ଧି ପାଇ ୪୭ କୋଟି ଟଙ୍କା ହୋଇଛି।

କମ୍ପାନୀ ତା’ର ଆମେରିକା ବ୍ୟବସାୟ ପୁନର୍ଗଠନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି। ବିଶେଷ କରି କମ୍ପାନୀର ମୋର୍ଟନ ଗ୍ରୋଭଠାରେ ଥିବା ଉପତ୍ାଦନ ବ୍ୟବସ୍ଥାକୁ ବନ୍ଦ କରୁଛି ଏବଂ ଉକ୍ତ ସ୍ଥାନକୁ ଚୁକ୍ତିଭିତ୍ତିିକ ଉପତ୍ାଦନକାରୀ ସଂସ୍ଥାକୁ ହସ୍ତାନ୍ତର କରୁଛି। ଏହି ପୁନର୍ଗଠନ ପ୍ରକ୍ରିୟା ଦ୍ୱାରା କମ୍ପାନୀର ବାର୍ଷିକ ପ୍ରାୟ ୧୨ ନିୟୁତ ଆମେରିକୀୟ ଡଲାର ସଞ୍ଚୟ ହେବା ଆକଳନ କରାଯାଇଛି।

 

Share