ନୂଆଦିଲ୍ଲୀ,୨୬।୧: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍ କ୍ରିସ ଗେଲ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଏହି ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇ ତାଙ୍କ ଦିନକୁ ସ୍ବତନ୍ତ୍ର କରିଛନ୍ତି। ୪୨ ବର୍ଷୀୟ ଗେଲ ଏପର୍ଯ୍ୟନ୍ତ ଅବସର ଘୋଷଣା କରିନାହାଁନ୍ତି, କିନ୍ତୁ ସେ ୱେଷ୍ଟଇଣ୍ଡିଜ ଦଳରୁ ବାଦ୍ ପଡିଛନ୍ତି। ସେ ଆଇପିଏଲ ୨୦୨୨ ମେଗା ନିଲାମ ପାଇଁ ମଧ୍ୟ ପଞ୍ଜୀକୃତ କରିନାହାଁନ୍ତି।
ଗେଲ ଟୁଇଟରରେ ଲେଖିଛନ୍ତି, ମୁଁ ଭାରତୀୟମାନଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଉଛି। ମୋର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ବାର୍ତ୍ତା ସହିତ ଆରମ୍ଭ ହୋଇଥିଲା। ମୁଁ ତାଙ୍କ ସହ ଏବଂ ଭାରତର ଲୋକଙ୍କ ସହ ମୋର ଘନିଷ୍ଠ ସମ୍ପର୍କକୁ ନିଶ୍ଚିତ କରିବାକୁ ଚାହୁଁଛି। ଅଭିନନ୍ଦନ ଏବଂ ୟୁନିଭର୍ସ ବସଙ୍କ ପକ୍ଷରୁ ଢେର୍ ସାରା ଭଲପାଇବା।
ଗେଲ ଭାରତରେ ବହୁତ ଲୋକପ୍ରିୟ। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ନିଜ ବ୍ୟାଟିଂ ସହିତ ଭାରତରେ ଅନେକ ପ୍ରଶଂସକ ସୃଷ୍ଟି କରିଛନ୍ତି।