Categories: ଜାତୀୟ

ରାଜ୍ୟରେ ଗଧିଆ ଆତଙ୍କ: ୮ ଶିଶୁଙ୍କୁ ଝାମ୍ପି ନେଇ ମାରି ସାରିଲାଣି, ରାଇଫଲ ନେଇ ବାହାରିଲେ ବିଧାୟକ

ନୂଆଦିଲ୍ଲୀ,୨୯।୮: ଗତ ଦେଢ ମାସ ଧରି ଉତ୍ତରପ୍ରଦେଶର ବାହରାଇଚରେ ମାତିଛି ଗଧିଆ। ଗଧିଆ ଆତଙ୍କ ଯୋଗୁ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ଗତ ୪୦ ଦିନ ମଧ୍ୟରେ ଗଧିଆ ୩୦ରୁ ଅଧିକଙ୍କୁ ଆକ୍ରମଣ କରିଛନ୍ତି। ବନ ବିଭାଗ ଠାରୁ ଆରମ୍ଭ କରି ୟୁପି ପୋଲିସ ପର୍ଯ୍ୟନ୍ତ ସମସ୍ତେ ‘ଅପରେଶନ ଓ୍ବଲ୍‌ଫ’ ମିଶନ ଚଳାଇଛନ୍ତି। କିନ୍ତୁ ଗଧିଆ ଧରାଯିବା ପୂର୍ବରୁ ଜଣେ ମହିଳାଙ୍କ ସମେତ ୮ଶିଶୁଙ୍କୁ ମାରି ସାରିଲାଣି। ବାହରାଇଚର ୩୫ ଟି ଗାଁରେ ଗଧିଆ ଆତଙ୍କ ସୃଷ୍ଟି ହୋଇଛି।

ଆଦମଖୋର ଗଧିଆର ଆତଙ୍କ ଏପରି ଯେ ମେହସି, ବାହରାଇଚର ବିଧାୟକ ସୁରେଶ୍ୱର ସିଂଙ୍କ ଲାଇସେନ୍ସପ୍ରାପ୍ତ ରାଇଫଲ ନେଇ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ସହ ଗାଁରେ ଛାଉଣି କରୁଛନ୍ତି।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଗଧିଆଙ୍କର ମଣିଷ ଉପରେ ଆକ୍ରମଣ ହେବାର ଆଶଙ୍କା ବହୁତ କମ ଅଟେ। କିନ୍ତୁ ଶିଶୁଙ୍କୁ ଅଧିକ ଶିକାର କରିଥାନ୍ତି। ବିଶେଷଜ୍ଞଙ୍କନୁସାରେ ଥରେ ମଣିଷ ରକ୍ତର ନିଶା ହୋଇଗଲେ ସେମାନେ ବାରମ୍ବାର ଶିଶୁଙ୍କ ଉପରେ ଆକ୍ରମଣ କରନ୍ତି।

Share