ସ୍ତ୍ରୀ, ୫ବର୍ଷର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା

ବୋରିଗୁମ୍ମା,୧୪ା୫: ସ୍ତ୍ରୀ ଏବଂ ୫ ବର୍ଷର ଶିଶୁପୁତ୍ରକୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ବି.ସିଂହପୁର ଥାନା ଅଧୀନ ହର ଗ୍ରାମରେ। ଗ୍ରାମବାସୀ ହତ୍ୟାକାରୀ ସ୍ବାମୀକୁ ବାନ୍ଧି ବି.ସିଂହପୁର ପୋଲିସ ଜିମା ଦେଇଛନ୍ତି।
ଖବରରୁ ଜଣାପଡ଼ିଛି, ଏହି ଗ୍ରାମରେ ଧୁବୁଲୁ ମୁଦୁଲି ତାଙ୍କର ସ୍ତ୍ରୀ ଓ ପୁଅକୁ ଧରି ରହୁଥିଲେ। କୌଣସି କାରଣକୁ ନେଇ ଗୁରୁବାର ରାତିରେ ଧୁବୁଲୁ ଓ ତାଙ୍କ ସ୍ତ୍ରୀ ଡମୁଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ପରେ ଡମୁଣୀ ନିଜ ୫ବର୍ଷର ପୁଅଙ୍କୁ ଧରି ପାଖ ଗ୍ରାମରେ ଥିବା ନିଜ ବାପ ଘରକୁ ଚାଲିଯିବାକୁ ବାହାରିଥିଲେ। ଧୁବୁଲୁ ତାଙ୍କୁ ନ ଯିବାକୁ କହିଥିଲେ। ଡମୁଣୀ ନ ଶୁଣିବାରୁ ନିଶାଗ୍ରସ୍ତ ଅବସ୍ଥାରେ ଧୁବୁଲୁ ଘରେ ଥିବା ଟାଙ୍ଗିଆରେ ଡମୁଣୀ ଏବଂ ଶିଶୁପୁତ୍ରକୁ ହାଣି ହତ୍ୟା କରିଥିଲେ। ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟାକାରୀ ଧୁବୁଲଙ୍କୁ ଘରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବା ପରେ ଧୁବୁଲୁଙ୍କୁ ହସ୍ତାନ୍ତର କରିଥିଲେ। ଥାନା ଅଧିକାରୀ ଦାମୋଦର ବିହାରୀ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

ଏଇ ଭାରତରେ

ମହାରାଷ୍ଟ୍ରର ଏଭଳି ଅନେକ ଆଦିବାସୀବହୁଳ ଗାଁଗୁଡ଼ିକରେ ସୌରଶକ୍ତି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି କେମିକାଲ ଇଞ୍ଜିନିୟର ତନବୀର ଇନାମଦାର। କେବଳ ଏତିକି ନୁହେଁ, ସେ ପାହାଡ଼ ଉପରେ...

ବଞ୍ଚିବାକୁ ଦିଅ

ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍‌ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ...

ଆଜିଠୁ ଆୟୁଷ୍ମାନ୍‌: ଶୁଭାରମ୍ଭ କରିବେ ନଡ୍ଡା

ଭୁବନେଶ୍ୱର/କଟକ,୧୧।୪(ସୁନିତ୍‌ ମିଶ୍ର/ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ତଳ ପଡିଆରେ ଶୁକ୍ରବାର ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ୍‌ ବୟୋବନ୍ଦନା...

ଚାଇନାରେ ବିବାହ ସଙ୍କଟ

ଗତବର୍ଷ ଚାଇନାରେ ନୂଆ ବିବାହ ସଂଖ୍ୟା ଏକ ପଞ୍ଚମାଂଶ ହ୍ରାସ ପାଇଥିଲା। ଫଳରେ ୨୦୨୪ରେ ଥିବା ଜନ୍ମସଂଖ୍ୟା ୯.୫୪ ମିଲିୟନ ତୁଳନାରେ ୨୦୨୫ରେ ୭.୩ରୁ ୭.୮...

Featured Video Play Icon

‘ପରିବେଶକୁ ଯୁବପିଢ଼ି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ’

ଭୁବନେଶ୍ୱର,୧୧ା୪: ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବାବେଳେ, ‘ଧରିତ୍ରୀ...

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍‌ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା

ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍‌ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image