Posted inଜାତୀୟ

ନିଶା ସେବନକୁ ବିରୋଧ କରିବାରୁ: ସ୍ତ୍ରୀ, ୫ବର୍ଷର ପୁଅଙ୍କୁ ହତ୍ୟା

ଷଢ଼େଇକଳା (ଝାଡ଼ଖଣ୍ଡ),୧।୪: ନିଶା ସେବନ କରିବା ନିଜର କ୍ଷତି ସହ ଅନେକ ସମୟରେ ବହୁ ପରିବାରରେ ଅଶାନ୍ତି ସୃଷ୍ଟିର ମୂଳ କାରଣ ପାଲଟିଥାଏ। ଏପରି କି ନିଶା ସେବନ କରୁଥିବା ବ୍ୟକ୍ତି ନିଜର ହିତାହିତ ଜ୍ଞାନ ଭୁଲିଯାଇ ବଡ଼ ଅଘଟଣ ମଧ୍ୟ ଘଟାଇଥାନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡ ଷଢ଼େଇକଳା ଅଞ୍ଚଳରେ ଘଟିଛି। ନିଶା ସେବନକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ଏବଂ ପରେ ସ୍ତ୍ରୀ ଏବଂ ୫ବର୍ଷର ପୁଅକୁ ଲୁହା ତାଓ୍ବାରେ ପିଟି ହତ୍ୟା କରିଛନ୍ତି ଜଣେ ଯୁବକ। ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସୁଖରାମ ମୁଣ୍ଡାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନାନୁସାରେ, ଷଢ଼େଇକଳାର କପାଳି ଫାଣ୍ଡି ଅଞ୍ଚଳରେ ଅଭିଯୁକ୍ତ ସୁଖରାମ ସ୍ତ୍ରୀ ପାର୍ବତୀ ଦେବୀ ଏବଂ ୫ବର୍ଷର ପୁଅ ଗଣେଶ ମୁଣ୍ଡାଙ୍କ ସହ ରୁହନ୍ତି। ସୁଖରାମ୍‌ ଅନେକ ସମୟରେ ନିଶାସେବନ କରନ୍ତି, ଯାହାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇଥାଏ। ସୋମବାର ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ କୌଣସି ଏକ କଥାକୁ କେନ୍ଦ୍ରକରି ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ରରୂପ ନେବାରୁ ସୁଖରାମ ଉତ୍‌କ୍ଷିପ୍ତ ହୋଇ ଲୁହା ତାଓ୍ବାରେ ସ୍ତ୍ରୀ ପାର୍ବତୀ ଏବଂ ପୁଅ ଗଣେଶଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ଏପରି କି ଲୁହା ତାଓ୍ବାରେ ପିଟି ରକ୍ତାକ୍ତ କରିବା ପରେ ଏକ ବ୍ଲେଡ୍‌ରେ ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମା’ପୁଅଙ୍କ ଚିତ୍କାର ଶୁଣି କେତେଜଣ ପଡ଼ୋଶୀ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମା’ପୁଅ ପଡ଼ିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୋଲିସ ହତ୍ୟାରେ ବ୍ୟବହୃତ ଲୁହା ତାଓ୍ବା ଏବଂ ଏକ ବ୍ଲେଡ୍‌ ଜବତ କରିଛି। ଏଥିସହ ନିକଟସ୍ଥ ଗ୍ରାମରୁ ଅଭିଯୁକ୍ତ ସୁଖରାମଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ପଡ଼ୋଶୀଙ୍କ କହିବା ହେଲା, ସୁଖରାମ ଅଧିକାଂଶ ସମୟରେ ନିଶା ସେବନ କରି ଘରେ ପାଟିତୁଣ୍ଡ କରିଥାନ୍ତି। ପାର୍ବତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରଧର ମଧ୍ୟ କରିଥାନ୍ତି। ପାରିବାରିକ କଳହରୁ ସ୍ତ୍ରୀଙ୍କୁ ମାରିବା ସହ ୫ବର୍ଷର ନିରୀହ ଶିଶୁ ପୁତ୍ରକୁ ମାରିଦେବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଏହା ସମସ୍ତଙ୍କୁ ଚକିତ କରିଛି ବୋଲି କହିଛନ୍ତି। ଅପରପକ୍ଷରେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଛି ବୋଲି କପାଳି ଫାଣ୍ଡି ଅଧିକାରୀ ସୋନୁ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri