ଦକ୍ଷିଣ ଏସୀୟ ଦେଶ ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇ ପ୍ରେମିକଙ୍କ ଚମ୍ପଟ ମାରିଛନ୍ତି। ବ୍ୟକ୍ତି ଜଣଙ୍କ ଲଟେରୀରେ ଏହି ଟଙ୍କା ଜିତିଥିଲେ। ଏହି ଘଟଣା ପରେ ସେ ପୋଲିସ ଷ୍ଟେଶନରେ ପହଞ୍ଚି ନ୍ୟାୟ ମାଗିଥିଲେ।
ଥାଇଲାଣ୍ଡର ଇସାନ ପ୍ରଦେଶରେ ମାନିତ ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଅଙ୍ଗକାନାରତଙ୍କ ସହ ରୁହନ୍ତି। ନଭେମ୍ବରର ପ୍ରଥମ ସପ୍ତାହରେ ସେ ପ୍ରାୟ ୧ କୋଟି ୩୬ ଲକ୍ଷ ଟଙ୍କା ଜିତିଥିଲେ। ଏହି ଟଙ୍କା ଜିତିବା ପରେ ଅଙ୍ଗକାନାରତ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କଠାରୁ ୧ କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।
ମାନିତ ୨୬ ବର୍ଷ ପୂର୍ବେ ଅଙ୍ଗକାନାରତଙ୍କୁ ବିବାହ କରିଥିଲେ। ଉଭୟଙ୍କର ୩ ସନ୍ତାନ ଅଛନ୍ତି। ମାନିତଙ୍କର କୌଣସି ଧାରଣା ନ ଥିଲା ଯେ ତାଙ୍କ ସ୍ତ୍ରୀ କାହା ସହିତ ମିଶି ତାଙ୍କୁ ଧୋକା ଦେବେ। ଏବେ ପୋଲିସ ଅଙ୍ଗକାନାରତ ଏବଂ ତାଙ୍କ ପ୍ରେମିକଙ୍କୁ ଖୋଜୁଛି।