Advertisement

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଅତାବିରା,୨୨।୩(ହୃଷୀକେଶ ଖମାରୀ):: ବରଗଡ଼ର ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜଣେ ବିବାହିତା ମହିଳାଙ୍କୁ ହ୍ଯଯା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ, ଉକ୍ତ ଗ୍ରାମର ଜେବିସ୍‌ ରାଉତଙ୍କ ସ୍ତ୍ରୀ ଝରଣା(୨୭)। ତାଙ୍କୁ ନିର୍ଯାତନା ଦେଇ ସ୍ବାମୀ ଜେବିସ୍‌ ହ୍ଯଯା କରିଥିବା ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେଶଲପୁରା ଗ୍ରାମର ଝରଣାଙ୍କ ବାପା ଶିବ ଷାଣ୍ଢ ରୁଷୁଡ଼ା ପୋଲିସ ଫାଣ୍ଡିରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ହ୍ଯଯା ମାମଲା ରୁଜୁ ସହିତ ଶବକୁ ୍ଯଯବଚ୍ଛେଦ ପାଇଁ ଶନିବାର ବରଗଡ଼ ଡାକ୍ତରଖାନାକୁ ପଠାଇଛି। ଏହା ସହିତ ମୃତ ମହିଳାଙ୍କ ସ୍ବାମୀ ଜେବିସଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚୁରା କରୁଛି।
ସୂଚନା ଅନୁଯାୟୀ, ଗତ ୨୦୧୫ ମସିହାରେ ଝରଣା ବୈଦିକ ରୀତିନୀତିରେ ଜେବିସଙ୍କୁ ବିବାହ କରିଥିଲେ। ଇତିମ୍ଯଯରେ ତାଙ୍କ ୨ପୁତ୍ର ଜନ୍ମଲାଭ କରିଛନ୍ତି। ତେବେ ଜେବିସ୍‌ ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ଝରଣାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିବା ମୃତ ମହିଳାଙ୍କ ବାପା ଶିବ ଅଭିଯୋଗ କରିଛନ୍ତି। ଏ ନେଇ ଉଭୟ ବାପଘର ଏବଂ ଶାଶୁଘର ପକ୍ଷରୁ ଭଦ୍ର୍ଯଯକ୍ତିଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିଲା।
ଅ୍ଯଯପଟେ ଭାଲୁପାଲି ଗ୍ରାମର ଶିବା ରାଉତ୍‌ ଝରଣାଙ୍କ ବାପଘର ଲୋକଙ୍କୁ ଫୋନ କରି ଶୀଘ୍ର ଆସିବାକୁ କହିଥିଲେ। ବାପଘର ଲୋକେ ପହଞ୍ଚିବା ସମୟରେ ଝରଣାଙ୍କ ମୃତାବସ୍ଥାରେ ପଡ଼ି ଘର ବାରଣ୍ଡାରେ ପଡ଼ି ରହିଥିଲେ। ତେବେ ତାଙ୍କୁ ଜେବିସ୍‌ ହ୍ଯଯା କରିଛନ୍ତି ବୋଲି ଝରଣାଙ୍କ ବାପା ଶିବ ଅଭିଯୋଗ କରିଛନ୍ତି। ଭେଡ଼େନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ଏବଂ ରୁଷୁଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel