ବିହାର କ୍ରିକେଟ ମୁଖ୍ୟଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ

ନୂଆଦିଲ୍ଲୀ,୯।୩: ଏକ ବିଜ୍ଞାପନ ଫାର୍ମ ଡିରେକ୍ଟର ବିହାର କ୍ରିକେଟ ଆସୋସିଏଶନ ମୁଖ୍ୟଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ପାରଲିଆମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ମହିଳାଙ୍କ ଅଭିଯୋଗ ପରେ ବିସିଏର କାର୍ଯ୍ୟକାରୀ ମୁଖ୍ୟ ରାକେଶ ତିଓ୍ବାରୀଙ୍କ ବିରୋଧରେ ବଳାତ୍କାର ଓ ନିର୍ଯାତନା ମାମଲା ରୁଜୁ କରାଯାଇଛି।

ପୋଲିସ କହିବା ଅନୁଯାୟୀ, ଘଟଣାଟି ଗତ ବର୍ଷ ଜୁଲାଇରେ ଘଟିଥିଲା। ମହିଳା ଜଣଙ୍କ ଏ ନେଇ ରବିବାର ଅଭିଯୋଗ କରିବା ପରେ ପରଦିନ ଏଫ୍‌ଆଇଆର ରୁଜୁ ହୋଇଛି।

ପୀଡ଼ିତା ଅଭିଯୋଗରେ କହିଛନ୍ତି, ଗତ ବର୍ଷ ମାର୍ଚ୍ଚରେ ବିହାର କ୍ରିକେଟ ଆସୋସିଏଶନ ପକ୍ଷରୁ ଏକ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ଇଭେଣ୍ଟର ବିଜ୍ଞାପନ ସମ୍ପର୍କୀତ କାର୍ଯ୍ୟ ଲାଗି ବିସିଏ ମୁଖ୍ୟ ଆମକୁ ଯୋଗାଯୋଗ କରିଥିଲେ। କିନ୍ତୁ କାମ ଶେଷ ହେବା ପରେ ଆସୋସିଏଶନ ଆମ ଟଙ୍କା ଦେଇ ନ ଥିଲା। ଗତ ଜୁଲାଇ ୧୨ରେ ରାକେଶ ତିଓ୍ବାରୀ ଦିଲ୍ଲୀରେ ଥିବା ବେଳେ ତାଙ୍କୁ ଭେଟି ଟଙ୍କା କ୍ଲିଅର କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏହି ଘଟଣା ଉପରେ ଆଲୋଚନା କରିବା ପାଇଁ କ୍ରିକେଟ ପ୍ରଶାସକ ତାଙ୍କୁ ଏକ ଫାଇବ୍‌ ଷ୍ଟାର ହୋଟେଲକୁ ନେଇ ନିର୍ଯାତନା ଦେବା ସହ ବଳାତ୍କାର ଉଦ୍ୟମ କରିଥିଲେ। ପୋଲିସ ପକ୍ଷରୁ ଘଟଣା ତଦନ୍ତ ଚାଲିଥିବା କୁହାଯାଇଛି।

Share