ଆଖିଦେଖି ମନ ପଢ଼ିବାରେ ମହିଳା ଆଗରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୨ : ଆଖିରୁ ଜଣେ ବ୍ୟକ୍ତିଙ୍କ ମନ ପଢ଼ିବାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ଗବେଷଣାରେ ଏହା ପ୍ରକାଶ ପାଇଛି । ଏହା ଏକ ସର୍ବ ବୃହତ ଅଧ୍ୟୟନ । ଏଥିରେ ଦର୍ଶାଯାଇଛି ଯେ ଚିନ୍ତାଧାରା କିମ୍ବା ଭାବନାକୁ ବିଚାର କରିବା ପାଇଁ ଆଖିରୁ ମନ ପଢ଼ିବାରେ ସାରା ବିଶ୍ୱରେ ମହିଳାମାନେ ପୁରୁଷଙ୍କ ଆଗରେ ଅଛନ୍ତି।

ଯଦିଓ ପୁରୁଷମାନେ ସମାନ କାର୍ଯ୍ୟ କରନ୍ତି, ହାରାହାରି ସ୍କୋର ଦୃଷ୍ଟିରୁ ମହିଳାମାନେ ଆଗରେ ଅଛନ୍ତି । ଗବେଷକମାନେ କହିଛନ୍ତି ଯେ ମହିଳାମାନଙ୍କୁ ସଜ୍ଞାନାତ୍ମକ ସହାନୁଭୂତି (କୋଗ୍ନିଟିଭ୍‌ ଇମ୍ପାଥି)ଦ୍ୱାରା ଉପକୃତ ହୋଇଥାନ୍ତି। ଭାରତ ସମେତ ୫୭ଟି ଦେଶର ତିନି ଲକ୍ଷରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଖିରୁ ମନ ପଢ଼ିବା ନାମକ ଏକ ପରୀକ୍ଷଣରେ ସମସ୍ତ ବୟସର ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ସ୍କୋର କରିଛନ୍ତି। ଏହି ପରୀକ୍ଷଣ ଜ୍ଞାନଗତ ସହାନୁଭୂତି ମାପ କରିଥାଏ। ଏହାର ଅର୍ଥ ଅନ୍ୟର ଚିନ୍ତାଧାରା କିମ୍ବା ଭାବନାକୁ ବୁଝିବାର କ୍ଷମତା ।

ପ୍ରତ୍ୟେକ ଅଧ୍ୟୟନର ଅଂଶଗ୍ରହଣକାରୀଙ୍କୁ ମାନବ ଚେହେରାର ୩୬ ଟି ଚିତ୍ର ଦେଖାଯାଇଥିଲା। ବ୍ୟକ୍ତି ଜଣକ କ’ଣ ଅନୁଭବ କରୁଛନ୍ତି ସେମାନଙ୍କୁ ବର୍ଣ୍ଣନା କରିବାକୁ କୁହାଯାଇଥିଲା।

ବୈଜ୍ଞାନିକମାନେ ପୂର୍ବରୁ ଅନୁମାନ କରିଥିଲେ ଯେ ସଜ୍ଞାନାତ୍ମକ ସହାନୁଭୂତିର ଲିଙ୍ଗଗତ ପାର୍ଥକ୍ୟ ଜୈବିକ କିମ୍ବା ସାମାଜିକ କାରଣର ଫଳାଫଳରୁ ସୂଚିତ କରିଥାଏ। ଅତ୍ୟଧିକ ଟେଷ୍ଟୋଷ୍ଟେରନ ସହାନୁଭୂତି ହ୍ରାସ କରେ। ଟେଷ୍ଟୋଷ୍ଟେରନ ପୁରୁଷଙ୍କଠାରେ ଥିବା ସେକ୍ସ ହରମୋନ। ଯାହାକି ମହିଳାଙ୍କଠାରେ କମ୍‌ ରହିଥାଏ। ମହିଳାଙ୍କଠାରେ ପ୍ରୋଜିଷ୍ଟେରନ ଏବଂ ଇଷ୍ଟ୍ରୋଜେନ ସେକ୍ସ ହରମୋନ ସହିତ ଆବଶ୍ୟକତା ଅନୁସାରେ କମ ପରିମାଣର ଟେଷ୍ଟୋଷ୍ଟେରନ ହରମୋନ ରହିଥାଏ।

Share