ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ

ବଲାଙ୍ଗୀର, ୯/୨- (ସୁନୀଲ କୁମାର ମହାନ୍ତି) ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ଜନ୍ମ କଲା ୬ ମାସର ଶିଶୁପୁତ୍ରର ତଣ୍ଟି କାଟି ଦେବାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖଲିଆପାଲି ଗାଁର ରବୀନ୍ଦ୍ର ନାଗଙ୍କ ସ୍ତ୍ରୀ ମୀନା ଏହି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି।

ତେବେ ମୀନାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ଓ ସେ ଚିକିତ୍ସା ହେଉଥିଲେ ବୋଲି ସ୍ବାମୀ ରବୀନ୍ଦ୍ର କହିଛନ୍ତି l ଆଜି ସକାଳ ୭ଟାରେ ଶିଶୁପୁତ୍ରର ତଣ୍ଟି କଟା ଯାଇଥିବା ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ଥିବା ଦେଖାଯାଇଥିଲା । ଘରେ ମୀନା ନଥିଲେ । ପରିବାର ସଦସ୍ୟ ଶିଶୁପୁତ୍ରଙ୍କୁ ଧରି ପ୍ରଥମେ ତରଭା ହସପିଟାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇ ଆସିଥିଲେ। ଡାକ୍ତର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ପୁଇଁତଲା ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Share