ରାଞ୍ଚି,୨୯।୯: ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁ ବୁଲାଇଛନ୍ତି ଗ୍ରାମବାସି। ଝାଡ଼ଖଣ୍ଡର ଡୁମକା ଜିଲାର ବଦତାଲି ପଞ୍ଚାୟତର ଏକ ଗ୍ରାମରେ ଘଟିଛି ଏଭଳି ଘଟଣା। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ୫୦ରୁ ୬୦ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।
ପୋଲିସର କହିବା ଅନୁଯାୟୀ, ଦୁହିଁଙ୍କୁ ଉଲଗ୍ନ କରି ଗ୍ରାମବାସି ପ୍ରାୟ ଏକ କିଲୋମିଟର ବୁଲାଇ ଥିଲେ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।
ମହିଳାଙ୍କ ସ୍ବାମୀ ପ୍ରାୟ ଏକ ବର୍ଷ ହେଲା ସେଣ୍ଟ୍ରାଲ ଜେଲରେ ଅଛନ୍ତି। ସେ ଘର ଚଳାଇବା ପାଇଁ ଏବେ ଶ୍ରମିକ ଭାବେ କାମ କରୁଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ସହ କାମ କରୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଙ୍ଗଳବାର ମହିଳା ଜଣଙ୍କ ଘରକୁ ଫେରିବା ପରେ ତାଙ୍କ ପ୍ରେମିକଙ୍କୁ ଫୋନ କରି ଦେଖା କରିବାକୁ ଡକାଇଥିଲେ। ଯୁବକ ଜଣଙ୍କ ମହିଳାଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କୁ କାବୁ କରି ନେଇଥିଲେ ଗାଁ ଲୋକେ।