Categories: ଖେଳ

କ୍ରିକେଟରଙ୍କୁ ଆକ୍ରମଣ ମାମଲା: ମହିଳା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ,୧୬।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ପୋଲିସ ଅଭିଯୁକ୍ତ ସପନା ଗିଲ ଗିରଫ ହୋଇଛନ୍ତି। ଗୁରୁବାର ଓଶିୱାଡା ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବୁଧବାର ମୁମ୍ବାଇ ବିମାନବନ୍ଦର ଏକ ତାରକା ହେଟେଲରେ ପୃଥ୍ବୀ ଶ’ ଉପସ୍ଥିତ ଥିବା ବେଳେ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଉଦ୍ୟମ କରିଥିଲେ। ହେଲେ ପୃଥ୍ବୀ ଶ’ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟରଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ କାର୍‌ ଭଙ୍ଗାରୁଜା କରିଥିଲେ। ଏନେଇ ପୃଥ୍ବୀଙ୍କ ସହ ଥିବା ବନ୍ଧୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି ପୋଲିସ ତଦନ୍ତ କରି ସପନା ଗିଲଙ୍କୁ ଗିରଫ କରିଛି। ଏହି ମାମଲାରେ ଅଧିକ ଗିରଫ ହେବାର ଆଶଙ୍କା ଥିବାବେଳେ ଶୁକ୍ରବାର ସପନା ଗିଲଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଅଭିଯୁକ୍ତଙ୍କ ପକ୍ଷରୁ କୌଣସିି କ୍ରସ ଏଫଆଇଆର୍‌ ଦାଖଲ କରାଯାଇନାହିଁ।

Share