Categories: ଜାତୀୟ

ତୃତୀୟ ସନ୍ତାନ ଝିଅ ହେଲା ବୋଲି ମା’ ନେଲେ ଏମିତି ନିଷ୍ପତ୍ତି

ପୁନେ, ୩୦।୧୧: ନିଜ ସନ୍ତାନକୁ ମା’ କେବେ ହତାଦର କରିପାରନ୍ତି ନାହିଁ। ସେ ପୁଅ ହେଉ ଅବା ଝିଅ ମା’ଙ୍କ ଆଗରେ ସମସ୍ତେ ସମାନ। କିନ୍ତୁ ଯଦି ମା’ ନିଜ ସନ୍ତାନର ହତ୍ୟାକାରୀ ପାଲଟନ୍ତି ତେବେ ଏହାଠାରୁ ଦୁଃଖର ବିଷୟ ଆଉ କଣ ବା ହୋଇପାରେ। ମହାରାଷ୍ଟ୍ରର ବାରାମତୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ସନ୍ତାନ ଝିଅ ହେବାରୁ ମା’ ତାଙ୍କ ପାଣିରେ ବୁଡାଇ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ବାରାମତୀ ଟାଉନ୍‌ ଅଞ୍ଚଳରେ ରହୁଥିବା ଏହି ମହିଳା ଜଣଙ୍କ ନିଜ ବାପଘରେ ରହୁଥିଲେ। ସେପଟେ ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଶୁଣି ସ୍ବାମୀ ଚକିତ ହୋଇଛନ୍ତି। ସେ ସ୍ତ୍ରୀ ନାଁରେ ପୋଲିସରେ ଅଭିଯୋଗ କରିଛନ୍ତି। ଝିଅ ଜନ୍ମରେ ସେ ଖୁସି ଥିଲେ। କିନ୍ତୁ ସ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସେ ସହଜରେ ଗ୍ରହଣ କରିନାହାନ୍ତି। ସେ ଅଭିଯୋଗ କରି କହିଛନ୍ତି, ଦେଢ ମାସ ଝିଅକୁ ପାଣିରେ ବୁଡାଇ ସ୍ତ୍ରୀ ହତ୍ୟା କରିଛନ୍ତି। କାରଣ ସେ ଏକ ପୁଅ ଚାହୁଁଥିଲେ କିନ୍ତୁ ଝିଅ ହେବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ମଧ୍ୟ ଉଭୟଙ୍କ ଦୁଇ ଝିଅ ଅଛନ୍ତି।

 

Share