ଜୟପୁର,୧୦ା୪(ନି.ପ୍ର.): କୋରାପୁଟ ଜିଲା ଜୟପୁର ସହରର ଖ୍ରୀଷ୍ଟିଆନପେଟାରେ ପିଲାକଳିରୁ ଜଣେ ନାବାଳକଙ୍କ ଉପରେ ରାସାୟନିକ ଦ୍ରବ୍ୟ ପକାଇ ରବିବାର ଜଣେ ମହିଳା ଗିରଫ ହୋଇଛନ୍ତି। ମହିଳାଙ୍କ ସ୍ବାମୀ ଫେରାର୍ ଥିବା ଜଣାପଡ଼ିଛି। ପ୍ରକାଶ ଯେ,ଗତ ୪ ତାରିଖରେ ୨ ପରିବାରର ୨ଜଣ ବାଳକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ନାବାଳକଙ୍କ ମା’ ବାପା ଅନ୍ୟ ନାବାଳକଙ୍କ ମୁହଁରେ କୌଣସି ଏକ ରାସାୟନିକ ଦ୍ରବ୍ୟ ପକାଇ ଦେଇଥିଲେ। ଫଳରେ ନାବାଳକଙ୍କ ମୁହଁ ପୋଡି ଯାଇଛି। ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କ ସ୍ବାମୀ ଫେରାର ଥିବା ଟାଉନ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି।