ସ୍ତ୍ରୀଙ୍କୁ କଇଁଚିରେ ଆକ୍ରମଣ କଲା ସ୍ବାମୀ

ଚୌଦ୍ୱାର,୨୪ା୪(ଡି.ଏନ୍‌.ଏ.)- ଚୌଦ୍ୱାର ଥାନା ଅଧୀନ ଖର୍ଦ୍ଧାସାହି ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ କଇଁଚିରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନା ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଖର୍ଦ୍ଧାସାହି ଅଞ୍ଚଳର ଫକୀର ସାହୁ ନାମକ ଜଣେ ଟେଲର ଦୋକାନୀ ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଶନିବାର ଅପରାହ୍ନରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ଫକୀର ଉତ୍‌କ୍ଷିପ୍ତ ହୋଇ କପଡା କାଟୁଥବା କଇଁଚିରେ ବାସନ୍ତୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ବାସନ୍ତୀଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଗୁରୁତର ହୋଇପଡିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାସନ୍ତୀଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ଫକୀରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

Share